₹80.00
A poem describing the beauty of Saptasajya, a place surrounded by seven hills present in Dhenkanal.
Tejaswini samal – February 11, 2020
Very nice
Shiba Charan (verified owner) – February 11, 2020
Nice
Tapaswini Dash Sarangi (verified owner) – February 15, 2020
ପ୍ରକୃତିର ସୁନ୍ଦର ଚିତ୍ରଣ ହୋଇଛି ଏ କାବ୍ୟରେ।ବାଃ ଅତି ଆକର୍ଷଣୀୟ ଓ ଉଚ୍ଚକୋଟୀର ଶଦ୍ଦ ଦ୍ଵାରା ବାଖ୍ୟା କରା ହେଇଛି।
ରୋଜା ପଣ୍ଡା – February 20, 2020
ଅତି ସୁନ୍ଦର ଭାଷା , ସାହିତ୍ୟ । ମନମୁଗ୍ଧକର ଚିତ୍ରପଟ ସପ୍ତଶଯ୍ୟାର । ଅତ୍ୟନ୍ତ ଉଚ୍ଚକୋଟୀର ବର୍ଣ୍ଣନା ଶୈଳୀ
ଶୁଭଲକ୍ଷ୍ମୀ ଦାସ (verified owner) – April 4, 2020
ସୁନ୍ଦର ସାବଲୀଳ ଲିଖନଶୈଳୀ ଓ ପ୍ରକୃତିର ଆକ୍ଷରିକ ବର୍ଣ୍ଣନାରେ ଏହି ଖଣ୍ଡକାବ୍ୟଟି ମନ୍ତ୍ରମୁଗ୍ଧ କରୁଅଛି। ସପ୍ତଶଯ୍ୟାର ପ୍ରାକୃତିକ ଶୋଭା ଯେମିତି ଶବ୍ଦ ରୂପରେ ଏହି ଖଣ୍ଡକାବ୍ୟଟିରେ ସମାହିତ ହୋଇ ଯାଇଛି।
Amulyakrushna pradhan – May 4, 2020
Very niceone
ମଧୁସ୍ମିତା ସ୍ୱାଇଁ – May 16, 2020
ଅତି ଚମତ୍କାର ରଚନା
Puspanjali panda – May 17, 2020
ସୁନ୍ଦର ଉଚ୍ଚକୋଟୀର ଭାଷା ରେ ସମୃଦ୍ଧ।ପ୍ରାକୃତିକ ଶୋଭା ବର୍ଣ୍ଣନା ରେ ମନ୍ତ୍ରମୁଗ୍ଧ।ଖୁବ୍ ଉଚ୍ଚାଙ୍ଗ ସାହିତ୍ୟ ର ଖଣ୍ଡକାବ୍ୟ।
Jagajita dash – May 24, 2020
Bht sundar vabare lekha jaichi pushtika ti… Kabita gudika madhyan ati manorama… Very nyc…
ଅର୍ଚ୍ଚନା ଦେଓ – July 12, 2020
ସପ୍ତଶଯ୍ୟା ଖଣ୍ଡ କାବ୍ୟ ପଢିକି ଖୁବ୍ ଭଲ ଲାଗିଲା, ଏଥିରେ ଢେଙ୍କାନାଳର ପ୍ରକୃତି ଚିତ୍ର ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛି। ଏହା ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇପାରିଛି।
ମନସ୍ଵିନୀ ମିଶ୍ର – July 27, 2020
ବହୁ ସୁନ୍ଦର ହୋଇଛି
Pabitra Das – July 31, 2020
ବହୁତ ସୁନ୍ଦର ପ୍ରୟାସ ।ଆଉ ପ୍ରାସଙ୍ଗିକ ମଧ୍ୟ ।
Manaswineemishra – August 4, 2020
Priyadarsini panda – October 28, 2020
ବହୁତ ସୁନ୍ଦର ବର୍ଣ୍ଣନା l ଶବ୍ଦ ଗୁଡିକ ଅତି ଉଚ୍ଚକୋଟିର l ଅତ୍ୟନ୍ତ ଅନୁଭବ ଭରା l
Priyanka Priyadarshani das – October 28, 2020
ଏହା ଏକ ଅତ୍ୟନ୍ତ ସୁନ୍ଦର୍ ପ୍ରାକୃତିକ ଶୋଭା ଉପରେ ଲେଖା ଯାଇଥିବା ଖଣ୍ଡ କାବ୍ୟ ଟେ। ଢେଙ୍କାନାଳ ରେ ଅବସ୍ଥିତ ସପ୍ତଶଯ୍ୟା ର ବର୍ଣ୍ଣନା କାବ୍ୟଟିରେ ଦ୍ଵିଗୁଣିତ ହେଇଛି। ଖୁବ୍ ଛୁଇଁଲା 👍👌🏻
Punyarupa Dash – October 29, 2020
ଖୁବ୍ ସୁନ୍ଦର..’ସପ୍ତଶଯ୍ୟା’ ଉତ୍କଳୀୟ ସାହିତ୍ୟ ,ଅବର୍ଣ୍ଣନୀୟ ପ୍ରକୃତି ତଥା ଇତିହାସର ଏକ ଅନନ୍ୟ ସଙ୍ଗମ ।
Pritisima Swain – November 22, 2020
ଲଳିତକବି ଧ୍ରୁବଚରଣ ସ୍ବାଇଁ ଙ୍କ ଦ୍ଵାରା “ଚିଲିକା” ଖଣ୍ଡକାବ୍ୟର ଅନୁକରଣ ଓ ଅନୁସରଣରେ ରଚିତ ଏହି ଖଣ୍ଡ କାବ୍ୟ । ଢେଙ୍କାନାଳ ଠାରୁ ୧୨ କି.ମି.ଦୂରରେ ଶଙ୍କରପୁର ରାସ୍ତାରେ ସପ୍ତଶଯ୍ୟା ପର୍ବତ ଅବସ୍ଥିତ । କବି ନିଜର ଭ୍ରମଣ ଜନିତ ଅନୁଭୂତିରୁ ଯେଉଁ ରୋମାଞ୍ଚ ଓ ଅଫୁରନ୍ତ ଉତ୍ସାହ ପ୍ରାପ୍ତ କରିଛନ୍ତି ତାହାର ଫଳ “ସପ୍ତଶଯ୍ୟା” (ମୁଖବନ୍ଧ) । ପ୍ରକୃତିକୁ ଅତି ନିକଟରୁ ଦେଖିଛନ୍ତି କବି, ଭୋଗିଛନ୍ତି ଏବଂ ଆମ ପାଖରେ ସେ ଅପରୂପ ସୌନ୍ଦର୍ଯ୍ୟ କୁ ତାଙ୍କ ସରଳ ଓ ସାବଲୀଳ ପଣରେ ପରଷି ଦେଉଛନ୍ତି ।
Manoj Kumar Panda – December 14, 2020
ସପ୍ତଶଯ୍ୟା କାବ୍ୟଖଣ୍ଡ ସମ୍ପର୍କରେ ମୋର କିଞ୍ଚିତ ଶୁଭବାକ୍
ବିବର୍ତନଶୀଳ ସାହିତ୍ୟ ପରମ୍ପରା ରେ ପ୍ରାଚୀନ ଓ ଅର୍ବାଚୀନ ଭାଵଧାରର ତ୍ରିବେଣୀ ସଙ୍ଗମ ଘଟିଥାଏ ଏହି କାବ୍ୟ ସାହିତ୍ୟରେ। ସାହିତ୍ୟ ସ୍ୱତଃ ସୂଚୀତ କରେ ତତ୍କାଳୀନ ପରମ୍ପରା, ଭାଵଧାରା ଓ ଜନ ସମାଜ ର ଜୀବନ ଚର୍ଯ୍ୟାକୁ। କାଳେ କାଳେ ନବନବୋଉନ୍ମେଷ ଶାଳିନୀ ପ୍ରଜ୍ଞା ପ୍ରତିଭା ରୂପରେ ବିକଶିତ ହୁଏ। ପ୍ରାକ୍ତନ ମନୀଷୀମାନଙ୍କ କୃତ କାବ୍ୟଚୟ ର ପ୍ରାନ୍ତୀୟ ଭାଷାରେ ସର୍ଵଜନବୋଧ ହେବା ପାଇଁ ପ୍ରଚେଷ୍ଟା କରନ୍ତି ଲଳିତକବି ଧ୍ରୁବଚରଣ ସ୍ଵାଇଁ ଙ୍କ ପରି ରସାସ୍ଵାଦନକାରୀ ରସିକମାନେ। ମଣିଷର ଅନ୍ତଃଚେତନା ସହିତ ଜୀବନ ଓ ଜଗତର ନିବିଡ ଆଳାପର ଅନନ୍ୟ ମୁହୂର୍ତ୍ତ ମଣିଷ କୁ କାବ୍ୟମନସ୍କ କରାଏ ଶୁଣିଥିଲି ଆଉ ଆଜି ସନ୍ଧ୍ୟାରେ ପରମ ପୂଜ୍ୟ ଲଳିତ କବି ଧ୍ରୁବ ଚରଣ ସ୍ୱାଇଁ ଦ୍ୱାରା ପ୍ରସ୍ତୁତ କାବ୍ୟ ରସାମୃତ ପାନ କଲା ପରେ ଦୃଢ଼ କଣ୍ଠରେ କହିବି ମୁଁ କେଡେ ଭାଗ୍ୟବାନ ଏଭଳି ପୁସ୍ତକ ପଠନ ର ସୌଭାଗ୍ୟ ଅର୍ଜନ କଲି।
ଢେଙ୍କାନାଳ ଠାରୁ ୧୨ କି.ମି.ଦୂରରେ ଶଙ୍କରପୁର ଯିବା ବାଟରେ ପଡେ ସପ୍ତଶଯ୍ୟା ପର୍ବତ। ପୁଣି ଏହି ପୁସ୍ତକ ର ନାମ ସପ୍ତଶଯ୍ୟା । କବି ୧୯୬୨ ମସିହାରେ ସପ୍ତଶଯ୍ୟା ପର୍ବତ କୁ ବୁଲି ଯାଆନ୍ତି ଏବଂ ନିଜର ଭ୍ରମଣ ଜନିତ ଅନୁଭୂତିରୁ ଯେଉଁ ଉତ୍ସାହ ପ୍ରାପ୍ତ କରନ୍ତି ତାହାର ପୂର୍ଣ୍ଣାଙ୍ଗ ଅଭିଲେଖ ହେଉଚି “ସପ୍ତଶଯ୍ୟା” ରୂପୀ କାବ୍ୟ କୋଣାର୍କ ।
ଏହି କାବ୍ୟ ଖଣ୍ଡରେ ରେ ସେ ସପ୍ତଶଯ୍ୟା ର ମହନୀୟତାକୁ ଉପଲବ୍ଧି କରି,କବି ଲୋକ କଥା ଓ ପୌରାଣିକ-କିମ୍ବଦନ୍ତୀ ଆଶ୍ରୟରେ କେତେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟର ଅବତାରଣା କରିଛନ୍ତି। ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୋଷତମ ପ୍ରଭୁ ରଘୁନାଥ ରାମଚନ୍ଦ୍ର ଜନକ ନନ୍ଦିନୀ ଜଗତ ଜନନୀ ସତୀ ସୀତା ଓ ସାନ ଠାକୁର ଲକ୍ଷ୍ମଣ ଙ୍କ ସହିତ ମାଲ୍ୟ ଗିରି ଅତିକ୍ରମ କରିବା ସମୟରେ ଏଠାରେ ଏକ ପତ୍ର କୁଡ଼ିଆ ରଚନା କରିଥିଲେ ଏବଂ ଏହି ପର୍ବତ ର ସାତୋଟି ଜାଗାରେ ସାତ ଦିନ ସାତ ରାତି କଟାଇବା ପରେ ସେହି ସ୍ଥାନଟିକୁ ପ୍ରଭୁ ରାମଚନ୍ଦ୍ର ଅତି ସ୍ନେହରେ “ସପ୍ତଶଯ୍ୟା” ନାମ ରଖିଥିଲେ ବୋଲି ସେ ତାଙ୍କ କାବ୍ୟରେ ଉଲ୍ଲେଖ କରିଛନ୍ତି।
“ମୈଥିଳୀ ସଙ୍ଗତେ ରାମ ଲଇକ୍ଷଣ ବାୟୁସୁତ ହନୁମାନ ବିଚକ୍ଷଣ । ମାଲ୍ୟଗିରି ବନ ବିହରଣ କାଳେ ରହିଥିଲେ ଏଥି ରଚି ପର୍ଣ୍ଣଶାଳେ।।
ସପ୍ତଶୈଳେ ସପ୍ତସ୍ତାନେ ସପ୍ତଦିନ ରହି ପ୍ରଭୁ କାଟିଥିଲେ ଦିନ । ଗଲାବେଳେ ଲୋକ-ଅଭିରାମ-ରାମ ଦେଇଥିଲେ ସ୍ନେହେ ସପ୍ତଶଯ୍ୟା ନାମ ।।
ରଘୁନାଥ ପ୍ରଭୁ ରାମ ଚନ୍ଦ୍ରଙ୍କ ପ୍ରିୟ ବାନର ,ଭଲ୍ଲୁକ ଏବଂ ସାର୍ଦ୍ଦୁଳ ଏଠାରେ ଏବେ ମଧ୍ୟ ଅଛନ୍ତି ଏବଂ ମୃଗ ବଂଶଧର ମାନଙ୍କୁ ମା ଜନକ ନନ୍ଦିନୀ ଅତି ଆଦରର ସହିତ ପାଳୁଛନ୍ତି ବୋଲି କବି ଏଠାରେ ଉଲ୍ଲେଖ କରିଛନ୍ତି।
ରଘୁନାଥ ପ୍ରିୟ ବନଚର କୁଳ ବାନର ବିହଙ୍ଗ ଭଲ୍ଲୁକ ଶାର୍ଦ୍ଦୁଳ । ଅଦ୍ୟାପୀ ଅଛନ୍ତି ଆଶ୍ରିଏ ଭୂଧର ମୈଥିଳି ପାଳିତ ମୃଗ ବଂଶଧର ।।
ଆହୁରି ସେ ଉଲ୍ଲେଖ କରିଛନ୍ତି କି ଏଠାରେ ଥିବା ହାତୀମାନେ ଶାଳଗଛରେ ଘଷି ହେବା ଦ୍ଵାରା ଶାଳ ଗଛ ଗୁଡ଼ିକ ମରିଯାଉଥିଲା ଏବଂ ଏକ ପ୍ରବାଦ ରୁ ଜଣାଯାଏ କି ଦଳେ ବନ ହସ୍ତୀ ଗୋଟିଏ ଶୁଷ୍କ ପଙ୍କ ପୋଖରୀ ରେ ପସିଯାଇଥିଲେ , ସେମାନଙ୍କ ମଧ୍ୟରେ କେତେକ ହସ୍ତୀ ଗଭୀର ପଙ୍କରୁ ବାହାରି ନପାରି ସେଠାରେ ପ୍ରାଣ ହରାଇଥିଲେ ଏବଂ ସେଥିପାଇଁ ସେ ସ୍ଥାନ କୁ ଗଜମରା ନାମରେ ନାମିତ କରାଯାଇଛି।
ବନ୍ୟ ଦନ୍ତାଦଳେ ଥିଲେ ଏଥିକାଳେ କଣ୍ଡୁଳ କପୋଳ ଲାଗି ଯା’ଙ୍କ ଶାଳେ । ହେଉଥିଲେ ଵିଵଳକଳ ଜୀବନ୍ମ୍ରୃତ ଗଜମରା ନାମ ଅଦ୍ୟାପି ବିଶ୍ରୁତ ।।
ଦ୍ଵାପର ଯୁଗରେ ଯାଜ୍ଞସେନୀ ଙ୍କ ସମେତ ପାଣ୍ଡବମାନେ ଏହି ମନୋରମ ସ୍ଥଳୀରେ ଥିବା ସାତୋଟି ସମତଳ ପ୍ରସ୍ତର ଉପରେ ସାତଦିନ ରହିବା ପରେ ଏଠାରୁ ବିରାଟ ନଗରୀକୁ ଅଜ୍ଞାତବାସ ପାଇଁ ଯାତ୍ରା ଆରମ୍ଭ କରିଥିଲେ ବୋଲି ସେ ତାଙ୍କ କାବ୍ୟ ରେ ଉଲ୍ଲେଖ କରିଛନ୍ତି।
ପାଣ୍ଡବ-ହୃଦୟ-ପଦ୍ମ ଵିଳାସିନୀ ହୋମାନଳ-ସିନ୍ଧୁ-ଲବ୍ ଧ କମଳିନୀ । ତେଜି ରାଜସୁଖ ତେଜି ଲୋକଲଜ୍ଜା ପତି ସଙ୍ଗେ କରିଥିଲେ ଶଯ୍ୟା ।।
ବନବାସ କାଳେ ରହି ସାତଦିନ ସ୍ନିଗ୍ ଧ ଶିଳାସନେ ସରାଗେ ଆସୀନ । ଛଦ୍ମବେଶେ ଏଥୁଁ ପଣ୍ଡୁ ସୁତଗଣ ଯାତ୍ରା କରିଥିଲେ ବିରାଟ ଭୁବନ।।
ବ୍ରହ୍ମାଙ୍କର ସପ୍ତ ମାନସ ପୁତ୍ର ଭୃଗୁ, ନଭ, ବିବସ୍ୱାନ, ସୁଧାମା, ବିରଜା, ଅତିନାମା ଓ ସହିଷ୍ଣୁ ଏହି ସ୍ଥାନ ରେ ତପସ୍ୟା କରି ସିଦ୍ଧି ଲାଭ କରିଥିଲେ। ଏବଂ ସେହିଠାରେ ବିଶ୍ୱ ହିତ ଚିନ୍ତା କରି ଧ୍ୟାନମଗ୍ନ ହୋଇ ଲଗାଲାଗି ହୋଇ ସାତୋଟି ପର୍ବତ ଉର୍ଦ୍ଧ୍ବ ରେ ମୂର୍ତ୍ତିମନ୍ତ ହୋଇଛନ୍ତି।।
ପରସ୍ପରେ କରି ସମ୍ପର୍କ- ସଂଲଗ୍ନ ବିଶ୍ବହିତ- ବ୍ରତେ ସଦା ଚିନ୍ତାମଗ୍ନ । ସପ୍ତଋଷି ସମ-ସପ୍ତ ସାନୁମାନ ହୋଇଛନ୍ତି ଉର୍ଦ୍ଧେ ଦିବ୍ୟ ବପୁଷ୍ମାନ ।।
ଏବଂ ଏଠାରେ ପୁରାତନ ଗୁରୁକୂଳ ଥିବା ର ସନ୍ଦେଶ ଦେଇଛନ୍ତି।
ଆର୍ଯ୍ୟ ଶିକ୍ଷାପୀଠ ଗୁରୁକୁଳାଶ୍ରମ ପବିତ୍ର-ପରୋହ ଲଭିଛି ଜନମ ଭଵତଳେ ବିଭୁକୃପା- ମୂର୍ତ୍ତିମାନ କରିବାକୁ ଦାନ ବିଶ୍ୱେ ମହାଜ୍ଞାନ ।।
ସପ୍ତଶଯ୍ୟା ଭଳି ବହୁ ଅମୂଲ୍ୟ କାବ୍ୟ ଗ୍ରନ୍ଥ ରଚନା କରିଥିଲେ ମଧ୍ୟ ନିଜକୁ ଜଳବିନ୍ଦୁ ପରି ଅତି କ୍ଷୁଦ୍ର ମନେକରି ସେହି ଅନିର୍ବର୍ଚ୍ଚନୀୟ ଶକ୍ତିର ପାଦତଳେ ଆଶ୍ରିତ ହେବା ପାଇଁ କବି ଯେଉଁ ଉତ୍କଣ୍ଠା ଦେଖାଇଛନ୍ତି ତାହା ସତରେ ଅତି ସ୍ପୃହଣୀୟ ଏବଂ ଶିକ୍ଷଣୀୟ । “ସରିତ ବିନା ଏ କ୍ଷୁଦ୍ର ଜଳବିନ୍ଦୁ ଭେଟିକି ପାରିବ ସେ ଶାଶ୍ୱତ ସିନ୍ଧୁ।।” ଆଜିକାଲି ର କବିତା ତାଙ୍କୁ ଭାରି ବ୍ୟଥିତ କରିଛି ସେଥିପାଇଁ ସେ ଦରଦୀ କଣ୍ଠରେ ସ୍ୱର ଉତ୍ତୋଳନ କରିବା କୁ ଯାଇ ତାଙ୍କ ସ୍ବର୍ଣ୍ଣାଭ ପୁଟ ଦିଆ ଶକ୍ତିଶାଳୀ କଲମରେ ଲେଖିଉଠିଛନ୍ତି
ପ୍ରସନ୍ନ ବଦନା ଉତ୍କଳ-ଭାରତୀ ହୋଇଅଛି ଲଜ୍ଜା-ଅଵସନ୍ନ ମତି । କଜ୍ଜ୍ଵଳ ପୂରିତ ନେତ୍ରେ ଅଶ୍ରୁଧାର ଛିଣ୍ଡିଛି ବୀଣାରୁ ଅବିଛିନ୍ନ -ତାର ।।
ଛନ୍ଦହୀନ-ଗନ୍ଧହୀନ – ରସଶୂନ୍ୟ ସାହିତ୍ୟ-କାନନେ କବିତା- କୁସୁମ । ଭୂଷଣ ବିହୀନା ନଗ୍ନ ବିବସନା କବିତା -ରୂପସୀ ଭୋଗେ ନିର୍ଯ୍ୟାତନା ।।
ଉତ୍କଳ ସାହିତ୍ୟ – ଗଗନେ ଭାସ୍କର ଥିଲେ ଯେ ପ୍ରତିଭାବନ୍ତ ଉର୍ଜସ୍ୱଳ । ଜରାଜୀର୍ଣ୍ଣ- ଶ୍ଳଥଚର୍ମ -ଅବୟବ ରହିଛନ୍ତି କବି-ଅମର-ଗୌରବ ।।
ହେ ବିଦଗ୍ଧ କବି ! ସାହିତ୍ୟ ରସିକ ମ୍ରିୟମାଣ ତବ ଜୀବନ-ପ୍ରଦୀପ । ସଂଗ୍ରାମାନ୍ତେ ବୀର-ଅଵସନ୍ନ ତନୁ ଦେଖି ମହାକ୍ଷୋଭ ଉପୁଜେ ମୋ ମନୁ।।
ସପ୍ତଶଯ୍ୟା ର ରକ୍ଷଣାବେକ୍ଷଣ ଏବଂ ଉନ୍ନତି ଦିଗରେ ଆଶ୍ରମର ସନ୍ୟାସୀ ହରିବାବା ବିଶେଷ ଭୂମିକା ଗ୍ରହଣ କରିଛନ୍ତି ବୋଲି କବି ଏଠାରେ ଉଲ୍ଲେଖ କରିଛନ୍ତି।
ସୁରମ୍ୟ ଆଶ୍ରମ ରମ୍ୟ ଫଳୋଦ୍ୟାନ ଦର୍ଶନେ ପବିତ୍ର ହେଲା ମନପ୍ରାଣ । ଶୁକ୍ଳ- ସ୍ମଶ୍ରୁଧର ବିଷୟ- ଉଦାସ ହରି ପଦାଶ୍ରିତ ବାବା ହରିଦାସ ।।
ଶେଷରେ କବି ସନ୍ୟାସୀ ହରିବାବା ଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି ତାହା ପୁଣି କାବ୍ୟ ମାଧ୍ୟମରେ
ସବିନୟେ ବନ୍ଦି ମୁନି ଶ୍ରୀଚରଣ ସୁଖେ କଲି ମୁହିଁ ଗିରି ପର୍ଯ୍ୟଟନ । ଦେଖିଲି ସର୍ବାଙ୍ଗ ତରୁ ତୃଣ ମୟ ବାସ୍ତବ ପ୍ରକୃତି ଶୋଭାର ନିଳୟ ।।
ଏହି କାଵ୍ୟଖଣ୍ଡଟିକୁ ପଢିବା ବେଳେ ଏବଂ ଏହି ପୁସ୍ତକ ସମ୍ପର୍କରେ ଲେଖିବା ବେଳେ ଆଖିରେ ଧାର ଧାର ଲୁହ ଆସିଯାଉଛି କାରଣ ଏହି ସପ୍ତଶଯ୍ୟା କାବ୍ୟ ଖଣ୍ଡର ରଚୟିତା ପ୍ରାଜ୍ଞ ବିଜ୍ଞ ଲଳିତ କବି ଧ୍ରୁବ ଚରଣ ସ୍ଵାଇଁ ଙ୍କ ବିୟୋଗ ୨୦୧୮ରେ ହୋଇଯାଇଛି । ନିଜେ ସିନା କାଳ ନିଦ୍ରା ରେ ସବୁଦିନ ପାଇଁ ଶୋଇଗଲେ ହେଲେ ଆମକୁ ଆମର ସୁଖପାଠ୍ୟ ପୁସ୍ତକ ସମୁହର ପାଣ୍ଡୁଲିପି ତାଙ୍କ ଘରେ ଛାଡ଼ି ଯାଇଥିଲେ । ପରବର୍ତ୍ତୀ କାଳରେ ତାଙ୍କ ସୁଯୋଗ୍ୟ ପୁତ୍ର ସମ୍ପାଦକ ଓ ସଂଗଠକ ଶ୍ରୀଯୁକ୍ତ ଦେବୀପ୍ରସାଦ ସ୍ଵାଇଁ ସଂଗ୍ରହ କରି ସୁନ୍ଦର ସୁନ୍ଦର ପୁସ୍ତକ ମାଧ୍ୟମରେ ନିଜ ଦ୍ଵାରା ପ୍ରତିଷ୍ଠିତ ଧ୍ରୁବତାରା ପବ୍ଲିକେସନସ ମାଧ୍ୟମରେ ମୋ ପରି ସମସ୍ତ କାବ୍ୟ ପ୍ରେମୀ ଙ୍କ ହାତରେ ଉପହାର ସ୍ୱରୂପ ଭେଟି ଦେଉଛନ୍ତି। ସମସ୍ତେ କିପରି ଏହାକୁ ସଂଗ୍ରହ କରି ପାରିବେ ସେଥିପାଇଁ ସେ ଏହାକୁ ଆମାଜନ ରେ ଉପଲବ୍ଧ କରାଇଛନ୍ତି।
ତାଙ୍କ କାବ୍ୟ-ମନ୍ଦାକିନୀର ଅମିୟଧାରା ପାନ କରି ନିଜକୁ କୃତାର୍ଥ ମନେକଲି , ମୋ ପ୍ରିୟ ପ୍ରଭୁ ରାଘବେନ୍ଦ୍ର ସରକାର ଏହି ସପ୍ତଶଯ୍ୟା ରେ ଥିଲେ ଜାଣି ଖୁସି ହେଲି। ମୁଁ ପଢ଼ିଲି ମଜା ନେଲି ଆଉ ଆପଣ ମାନେ ଏହି ଦୁର୍ମୂଲ୍ୟ କାବ୍ୟ ଗ୍ରନ୍ଥ କୁ ସଂଗ୍ରହ କରନ୍ତୁ ଏବଂ ପଢି ସାରିବା ପରେ ମୋତେ ଯୋଗାଯୋଗ କରନ୍ତୁ।
ଏହି ପୁସ୍ତକ କୁ ନିଜର କରିବା ପାଇଁ ଚାହୁଁଥିଲେ ନିମ୍ନ ଲିଖିତ ଲିଙ୍କରେ ଆସି ସଂଗ୍ରହ କରନ୍ତୁ।
https://store.preranaodia.com/product/saptasajyaସପ୍ତଶଯ୍ୟା/
ତେଜସ୍ବିନୀ ସାମଲ – January 13, 2021
ପ୍ରକୃତିର ସୁନ୍ଦର ଚିତ୍ରଣ ସହ ଆକର୍ଷଣୀୟ ଓ ଉଚ୍ଚକୋଟୀର ଶଦ୍ଦ ଦ୍ଵାରା ବାଖ୍ୟା କରାଯାଇଛି। ପ୍ରାକୃତିକ ଶୋଭ ସହ ଢେଙ୍କାନାଳ ସ୍ଥିତ ସପ୍ତଶଯ୍ୟା ର ବର୍ଣ୍ଣନା କାବ୍ୟଟିକୁ ଦ୍ଵିଗୁଣିତ କରିଛି।
Priyanka Priyadarshini Ray – July 2, 2021
ସପ୍ତଶର୍ଯ୍ୟା ଖଣ୍ଡକାବ୍ୟ ଟି ମୁଁ ସମ୍ପୂର୍ଣ ଭାବରେ ପଢ଼ିଲି….ବହୁତ ସୁନ୍ଦର ଲେଖା.. ମନ ଭାବନା କୁ ପ୍ରକାଶ କରିବାର ଶୈଳୀ ବହୁତ ଉଚ୍ଚକୋଟୀର ଥିଲା ଆଜ୍ଞା… ଏତେ ସୁନ୍ଦର ଲେଖା ଥିଲା ଯାହାକୁ ମୁଁ ବର୍ଣ୍ଣନା କରିବାକୁ ଶବ୍ଦ ମଧ୍ୟ୍ୟ ପାଉନି….
Rojalinee Sethy – September 29, 2021
ଏହି ପୁସ୍ତକ ର ଲିଖନୀ ଶୈଳୀ ଅତି ସୁନ୍ଦର..ଲଳିତ କବି ଶ୍ରୀଯୁକ୍ତ ଧୁବ ଚରଣ ସ୍ୱାଇଁ ଙ୍କ ର ଲିଖନୀ ପଢ଼ିବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବତୀ ମନେ କରୁଛି.. ପ୍ରଥମ ରେ ଦେବୀ ପ୍ରସାଦ ସ୍ୱାଇଁ ଙ୍କୁ ଅନେକ ଅନେକ ଧନ୍ୟବାଦ ଲଳିତ କବି ଶ୍ରୀଯୁକ୍ତ ଧ୍ରୁବ ଚରଣ ସ୍ୱାଇଁ ଙ୍କ କୃତି କୁ ଲୋକଲୋଚକୁ ଆଣିଥିବାରୁ ଏବଂ ଆମକୁ ତାଙ୍କ କବିତା ପଢ଼ିବାର ସୁଯୋଗ ଦେଇଥିବାରୁ … ଏହି ପୁସ୍ତଟିକୁ ଯେତେ ଥର ପଢ଼ିଲେ ବି ଆହୁରି ପଢିବାକୁ ଆଗ୍ରହ ହୁଏ ….ଲଳିତ କବି ଶ୍ରୀଯୁକ୍ତ ଧ୍ରୁବ ଚରଣ ସ୍ୱାଇଁ ଙ୍କ ଲିଖନୀ ଅତୁଳନୀୟ।🙏🙏
Tamanna Nanda – October 18, 2021
Very nice.
Sunita Sahoo – December 27, 2021
ସପ୍ତଶଯ୍ୟା କାବ୍ୟର ପ୍ରତିଟି ଶବ୍ଦ ଉଚ୍ଚକୋଟୀର , ଲଳିତ କବି ଶ୍ରୀ ଧ୍ରୁବଚରଣ ସ୍ଵାଇଁ ଙ୍କ ଦ୍ଵାରା ରଚିତ ଏ କାବ୍ୟ ଖଣ୍ଡ ଚିର ଅମର ରହିବ । ଏତେ ଶିକ୍ଷଣୀୟ ପୁସ୍ତକଟି ମୋର ହସ୍ତଗତ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି। ଅଶେଷ ଧନ୍ୟବାଦ ଦେବୀପ୍ରସାଦ ସ୍ଵାଇଁ ମହୋଦୟ ଙ୍କୁ ଏ ପୁସ୍ତକ ପଢିବାର ସୁଯୋଗ ଦେଇଥିବାରୁ ।🙏
Swetapadma Padhi – March 3, 2022
ସପ୍ତଶଯ୍ୟା ପୁସ୍ତକ ର ଲିଖନୀ ଶୈଳୀ ଅତି ସୁନ୍ଦର । ଜଣେ କବିର କାବ୍ୟଖଣ୍ଡ ପଢି ପ୍ରକୃତିର ପ୍ରେମରେ ପଡି ହେଇଯାଏ ଜାଣି ନଥିଲି । କବି ଶ୍ରୀଯୁକ୍ତ ଧୁବ ଚରଣ ସ୍ୱାଇଁ ଙ୍କର ଲେଖନୀ ପଢ଼ିବାର ସୁଯୋଗ ମିଳିଥିବାରୁ ଦେବୀ ପ୍ରସାଦ ସ୍ୱାଇଁ ଙ୍କୁ ଅନେକ ଅନେକ ଧନ୍ୟବାଦ । ଲଳିତ କବି ଶ୍ରୀଯୁକ୍ତ ଧ୍ରୁବ ଚରଣ ସ୍ୱାଇଁ ଙ୍କ କୃତି କୁ ଲୋକଲୋଚକୁ ଆଣିଥିବାରୁ ଅନେକ ସାଧୁବାଦ ଜଣାଉଛୁ … ଏହି ପୁସ୍ତକଟିକୁ ଯେତେ ଥର ପଢ଼ିଲେ ବି ଆହୁରି ପଢିବାକୁ ଆଗ୍ରହ ହୁଏ ….ପୁସ୍ତକ ଦୁଇଟି ପାଠକ ପ୍ରଶଂସା ସାଉଁଟି କାଳଜୟୀ ହେଇ ପାରୁ ଏହା ହିଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ।
Swarnaprava Samal – March 17, 2022
ଭାବ ଓ ଭାଷା ସାହିତ୍ୟକୁ ଶୀର୍ଷରେ ଉତ୍ନିତ କରେ । ଉଚ୍ଚକୋଟୀର ଲିଖନଶୈଳୀ , ସୁନ୍ଦର ଶବ୍ଦ ସଂଯୋଜନା ଧନ୍ୟବାଦର ପ୍ରଶଂସା ବାହକ।
ମୁଁ – May 20, 2022
ସୁନ୍ଦର
Your email address will not be published. Required fields are marked *
Your review *
Name *
Email *
Save my name, email, and website in this browser for the next time I comment.
Tejaswini samal –
Very nice
Shiba Charan (verified owner) –
Nice
Tapaswini Dash Sarangi (verified owner) –
ପ୍ରକୃତିର ସୁନ୍ଦର ଚିତ୍ରଣ ହୋଇଛି ଏ କାବ୍ୟରେ।ବାଃ ଅତି ଆକର୍ଷଣୀୟ ଓ ଉଚ୍ଚକୋଟୀର ଶଦ୍ଦ ଦ୍ଵାରା ବାଖ୍ୟା କରା ହେଇଛି।
ରୋଜା ପଣ୍ଡା –
ଅତି ସୁନ୍ଦର ଭାଷା , ସାହିତ୍ୟ । ମନମୁଗ୍ଧକର ଚିତ୍ରପଟ ସପ୍ତଶଯ୍ୟାର । ଅତ୍ୟନ୍ତ ଉଚ୍ଚକୋଟୀର ବର୍ଣ୍ଣନା ଶୈଳୀ
ଶୁଭଲକ୍ଷ୍ମୀ ଦାସ (verified owner) –
ସୁନ୍ଦର ସାବଲୀଳ ଲିଖନଶୈଳୀ ଓ ପ୍ରକୃତିର ଆକ୍ଷରିକ ବର୍ଣ୍ଣନାରେ ଏହି ଖଣ୍ଡକାବ୍ୟଟି ମନ୍ତ୍ରମୁଗ୍ଧ କରୁଅଛି। ସପ୍ତଶଯ୍ୟାର ପ୍ରାକୃତିକ ଶୋଭା ଯେମିତି ଶବ୍ଦ ରୂପରେ ଏହି ଖଣ୍ଡକାବ୍ୟଟିରେ ସମାହିତ ହୋଇ ଯାଇଛି।
Amulyakrushna pradhan –
Very niceone
ମଧୁସ୍ମିତା ସ୍ୱାଇଁ –
ଅତି ଚମତ୍କାର ରଚନା
Puspanjali panda –
ସୁନ୍ଦର ଉଚ୍ଚକୋଟୀର ଭାଷା ରେ ସମୃଦ୍ଧ।ପ୍ରାକୃତିକ ଶୋଭା ବର୍ଣ୍ଣନା ରେ ମନ୍ତ୍ରମୁଗ୍ଧ।ଖୁବ୍ ଉଚ୍ଚାଙ୍ଗ ସାହିତ୍ୟ ର ଖଣ୍ଡକାବ୍ୟ।
Jagajita dash –
Bht sundar vabare lekha jaichi pushtika ti… Kabita gudika madhyan ati manorama… Very nyc…
ଅର୍ଚ୍ଚନା ଦେଓ –
ସପ୍ତଶଯ୍ୟା ଖଣ୍ଡ କାବ୍ୟ ପଢିକି ଖୁବ୍ ଭଲ ଲାଗିଲା, ଏଥିରେ ଢେଙ୍କାନାଳର ପ୍ରକୃତି ଚିତ୍ର ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛି। ଏହା ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇପାରିଛି।
ମନସ୍ଵିନୀ ମିଶ୍ର –
ବହୁ ସୁନ୍ଦର ହୋଇଛି
Pabitra Das –
ବହୁତ ସୁନ୍ଦର ପ୍ରୟାସ ।ଆଉ ପ୍ରାସଙ୍ଗିକ ମଧ୍ୟ ।
Manaswineemishra –
Very nice
Priyadarsini panda –
ବହୁତ ସୁନ୍ଦର ବର୍ଣ୍ଣନା l ଶବ୍ଦ ଗୁଡିକ ଅତି ଉଚ୍ଚକୋଟିର l
ଅତ୍ୟନ୍ତ ଅନୁଭବ ଭରା l
Priyanka Priyadarshani das –
ଏହା ଏକ ଅତ୍ୟନ୍ତ ସୁନ୍ଦର୍ ପ୍ରାକୃତିକ ଶୋଭା ଉପରେ ଲେଖା ଯାଇଥିବା ଖଣ୍ଡ କାବ୍ୟ ଟେ। ଢେଙ୍କାନାଳ ରେ ଅବସ୍ଥିତ ସପ୍ତଶଯ୍ୟା ର ବର୍ଣ୍ଣନା କାବ୍ୟଟିରେ ଦ୍ଵିଗୁଣିତ ହେଇଛି।
ଖୁବ୍ ଛୁଇଁଲା 👍👌🏻
Punyarupa Dash –
ଖୁବ୍ ସୁନ୍ଦର..’ସପ୍ତଶଯ୍ୟା’ ଉତ୍କଳୀୟ ସାହିତ୍ୟ ,ଅବର୍ଣ୍ଣନୀୟ ପ୍ରକୃତି ତଥା ଇତିହାସର ଏକ ଅନନ୍ୟ ସଙ୍ଗମ ।
Pritisima Swain –
ଲଳିତକବି ଧ୍ରୁବଚରଣ ସ୍ବାଇଁ ଙ୍କ ଦ୍ଵାରା “ଚିଲିକା” ଖଣ୍ଡକାବ୍ୟର ଅନୁକରଣ ଓ ଅନୁସରଣରେ ରଚିତ ଏହି ଖଣ୍ଡ କାବ୍ୟ । ଢେଙ୍କାନାଳ ଠାରୁ ୧୨ କି.ମି.ଦୂରରେ ଶଙ୍କରପୁର ରାସ୍ତାରେ ସପ୍ତଶଯ୍ୟା ପର୍ବତ ଅବସ୍ଥିତ । କବି ନିଜର ଭ୍ରମଣ ଜନିତ ଅନୁଭୂତିରୁ ଯେଉଁ ରୋମାଞ୍ଚ ଓ ଅଫୁରନ୍ତ ଉତ୍ସାହ ପ୍ରାପ୍ତ କରିଛନ୍ତି ତାହାର ଫଳ “ସପ୍ତଶଯ୍ୟା” (ମୁଖବନ୍ଧ) । ପ୍ରକୃତିକୁ ଅତି ନିକଟରୁ ଦେଖିଛନ୍ତି କବି, ଭୋଗିଛନ୍ତି ଏବଂ ଆମ ପାଖରେ ସେ ଅପରୂପ ସୌନ୍ଦର୍ଯ୍ୟ କୁ ତାଙ୍କ ସରଳ ଓ ସାବଲୀଳ ପଣରେ ପରଷି ଦେଉଛନ୍ତି ।
Manoj Kumar Panda –
ସପ୍ତଶଯ୍ୟା କାବ୍ୟଖଣ୍ଡ ସମ୍ପର୍କରେ ମୋର କିଞ୍ଚିତ ଶୁଭବାକ୍
ବିବର୍ତନଶୀଳ ସାହିତ୍ୟ ପରମ୍ପରା ରେ ପ୍ରାଚୀନ ଓ ଅର୍ବାଚୀନ ଭାଵଧାରର ତ୍ରିବେଣୀ ସଙ୍ଗମ ଘଟିଥାଏ ଏହି କାବ୍ୟ ସାହିତ୍ୟରେ। ସାହିତ୍ୟ ସ୍ୱତଃ ସୂଚୀତ କରେ ତତ୍କାଳୀନ ପରମ୍ପରା, ଭାଵଧାରା ଓ ଜନ ସମାଜ ର ଜୀବନ ଚର୍ଯ୍ୟାକୁ। କାଳେ କାଳେ ନବନବୋଉନ୍ମେଷ ଶାଳିନୀ ପ୍ରଜ୍ଞା ପ୍ରତିଭା ରୂପରେ ବିକଶିତ ହୁଏ। ପ୍ରାକ୍ତନ ମନୀଷୀମାନଙ୍କ କୃତ କାବ୍ୟଚୟ ର ପ୍ରାନ୍ତୀୟ ଭାଷାରେ ସର୍ଵଜନବୋଧ ହେବା ପାଇଁ ପ୍ରଚେଷ୍ଟା କରନ୍ତି ଲଳିତକବି ଧ୍ରୁବଚରଣ ସ୍ଵାଇଁ ଙ୍କ ପରି ରସାସ୍ଵାଦନକାରୀ ରସିକମାନେ।
ମଣିଷର ଅନ୍ତଃଚେତନା ସହିତ ଜୀବନ ଓ ଜଗତର ନିବିଡ ଆଳାପର ଅନନ୍ୟ ମୁହୂର୍ତ୍ତ ମଣିଷ କୁ କାବ୍ୟମନସ୍କ କରାଏ ଶୁଣିଥିଲି ଆଉ ଆଜି ସନ୍ଧ୍ୟାରେ ପରମ ପୂଜ୍ୟ ଲଳିତ କବି ଧ୍ରୁବ ଚରଣ ସ୍ୱାଇଁ ଦ୍ୱାରା ପ୍ରସ୍ତୁତ କାବ୍ୟ ରସାମୃତ ପାନ କଲା ପରେ ଦୃଢ଼ କଣ୍ଠରେ କହିବି ମୁଁ କେଡେ ଭାଗ୍ୟବାନ ଏଭଳି ପୁସ୍ତକ ପଠନ ର ସୌଭାଗ୍ୟ ଅର୍ଜନ କଲି।
ଢେଙ୍କାନାଳ ଠାରୁ ୧୨ କି.ମି.ଦୂରରେ ଶଙ୍କରପୁର ଯିବା ବାଟରେ ପଡେ ସପ୍ତଶଯ୍ୟା ପର୍ବତ। ପୁଣି ଏହି ପୁସ୍ତକ ର ନାମ ସପ୍ତଶଯ୍ୟା । କବି ୧୯୬୨ ମସିହାରେ ସପ୍ତଶଯ୍ୟା ପର୍ବତ କୁ ବୁଲି ଯାଆନ୍ତି ଏବଂ ନିଜର ଭ୍ରମଣ ଜନିତ ଅନୁଭୂତିରୁ ଯେଉଁ ଉତ୍ସାହ ପ୍ରାପ୍ତ କରନ୍ତି ତାହାର ପୂର୍ଣ୍ଣାଙ୍ଗ ଅଭିଲେଖ ହେଉଚି “ସପ୍ତଶଯ୍ୟା” ରୂପୀ କାବ୍ୟ କୋଣାର୍କ ।
ଏହି କାବ୍ୟ ଖଣ୍ଡରେ ରେ ସେ ସପ୍ତଶଯ୍ୟା ର ମହନୀୟତାକୁ ଉପଲବ୍ଧି କରି,କବି ଲୋକ କଥା ଓ ପୌରାଣିକ-କିମ୍ବଦନ୍ତୀ ଆଶ୍ରୟରେ କେତେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟର ଅବତାରଣା କରିଛନ୍ତି। ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୋଷତମ ପ୍ରଭୁ ରଘୁନାଥ ରାମଚନ୍ଦ୍ର ଜନକ ନନ୍ଦିନୀ ଜଗତ ଜନନୀ ସତୀ ସୀତା ଓ ସାନ ଠାକୁର ଲକ୍ଷ୍ମଣ ଙ୍କ ସହିତ ମାଲ୍ୟ ଗିରି ଅତିକ୍ରମ କରିବା ସମୟରେ ଏଠାରେ ଏକ ପତ୍ର କୁଡ଼ିଆ ରଚନା କରିଥିଲେ ଏବଂ ଏହି ପର୍ବତ ର ସାତୋଟି ଜାଗାରେ ସାତ ଦିନ ସାତ ରାତି କଟାଇବା ପରେ ସେହି ସ୍ଥାନଟିକୁ ପ୍ରଭୁ ରାମଚନ୍ଦ୍ର ଅତି ସ୍ନେହରେ “ସପ୍ତଶଯ୍ୟା” ନାମ ରଖିଥିଲେ ବୋଲି ସେ ତାଙ୍କ କାବ୍ୟରେ ଉଲ୍ଲେଖ କରିଛନ୍ତି।
“ମୈଥିଳୀ ସଙ୍ଗତେ ରାମ ଲଇକ୍ଷଣ
ବାୟୁସୁତ ହନୁମାନ ବିଚକ୍ଷଣ ।
ମାଲ୍ୟଗିରି ବନ ବିହରଣ କାଳେ
ରହିଥିଲେ ଏଥି ରଚି ପର୍ଣ୍ଣଶାଳେ।।
ସପ୍ତଶୈଳେ ସପ୍ତସ୍ତାନେ ସପ୍ତଦିନ
ରହି ପ୍ରଭୁ କାଟିଥିଲେ ଦିନ ।
ଗଲାବେଳେ ଲୋକ-ଅଭିରାମ-ରାମ
ଦେଇଥିଲେ ସ୍ନେହେ ସପ୍ତଶଯ୍ୟା ନାମ ।।
ରଘୁନାଥ ପ୍ରଭୁ ରାମ ଚନ୍ଦ୍ରଙ୍କ ପ୍ରିୟ ବାନର ,ଭଲ୍ଲୁକ ଏବଂ ସାର୍ଦ୍ଦୁଳ ଏଠାରେ ଏବେ ମଧ୍ୟ ଅଛନ୍ତି ଏବଂ ମୃଗ ବଂଶଧର ମାନଙ୍କୁ ମା ଜନକ ନନ୍ଦିନୀ ଅତି ଆଦରର ସହିତ ପାଳୁଛନ୍ତି ବୋଲି କବି ଏଠାରେ ଉଲ୍ଲେଖ କରିଛନ୍ତି।
ରଘୁନାଥ ପ୍ରିୟ ବନଚର କୁଳ
ବାନର ବିହଙ୍ଗ ଭଲ୍ଲୁକ ଶାର୍ଦ୍ଦୁଳ ।
ଅଦ୍ୟାପୀ ଅଛନ୍ତି ଆଶ୍ରିଏ ଭୂଧର
ମୈଥିଳି ପାଳିତ ମୃଗ ବଂଶଧର ।।
ଆହୁରି ସେ ଉଲ୍ଲେଖ କରିଛନ୍ତି କି ଏଠାରେ ଥିବା ହାତୀମାନେ ଶାଳଗଛରେ ଘଷି ହେବା ଦ୍ଵାରା ଶାଳ ଗଛ ଗୁଡ଼ିକ ମରିଯାଉଥିଲା ଏବଂ ଏକ ପ୍ରବାଦ ରୁ ଜଣାଯାଏ କି ଦଳେ ବନ ହସ୍ତୀ ଗୋଟିଏ ଶୁଷ୍କ ପଙ୍କ ପୋଖରୀ ରେ ପସିଯାଇଥିଲେ , ସେମାନଙ୍କ ମଧ୍ୟରେ କେତେକ ହସ୍ତୀ ଗଭୀର ପଙ୍କରୁ ବାହାରି ନପାରି ସେଠାରେ ପ୍ରାଣ ହରାଇଥିଲେ ଏବଂ ସେଥିପାଇଁ ସେ ସ୍ଥାନ କୁ ଗଜମରା ନାମରେ ନାମିତ କରାଯାଇଛି।
ବନ୍ୟ ଦନ୍ତାଦଳେ ଥିଲେ ଏଥିକାଳେ
କଣ୍ଡୁଳ କପୋଳ ଲାଗି ଯା’ଙ୍କ ଶାଳେ ।
ହେଉଥିଲେ ଵିଵଳକଳ ଜୀବନ୍ମ୍ରୃତ
ଗଜମରା ନାମ ଅଦ୍ୟାପି ବିଶ୍ରୁତ ।।
ଦ୍ଵାପର ଯୁଗରେ ଯାଜ୍ଞସେନୀ ଙ୍କ ସମେତ ପାଣ୍ଡବମାନେ ଏହି ମନୋରମ ସ୍ଥଳୀରେ ଥିବା ସାତୋଟି ସମତଳ ପ୍ରସ୍ତର ଉପରେ ସାତଦିନ ରହିବା ପରେ ଏଠାରୁ ବିରାଟ ନଗରୀକୁ ଅଜ୍ଞାତବାସ ପାଇଁ ଯାତ୍ରା ଆରମ୍ଭ କରିଥିଲେ ବୋଲି ସେ ତାଙ୍କ କାବ୍ୟ ରେ ଉଲ୍ଲେଖ କରିଛନ୍ତି।
ପାଣ୍ଡବ-ହୃଦୟ-ପଦ୍ମ ଵିଳାସିନୀ
ହୋମାନଳ-ସିନ୍ଧୁ-ଲବ୍ ଧ କମଳିନୀ ।
ତେଜି ରାଜସୁଖ ତେଜି ଲୋକଲଜ୍ଜା
ପତି ସଙ୍ଗେ କରିଥିଲେ ଶଯ୍ୟା ।।
ବନବାସ କାଳେ ରହି ସାତଦିନ
ସ୍ନିଗ୍ ଧ ଶିଳାସନେ ସରାଗେ ଆସୀନ ।
ଛଦ୍ମବେଶେ ଏଥୁଁ ପଣ୍ଡୁ ସୁତଗଣ
ଯାତ୍ରା କରିଥିଲେ ବିରାଟ ଭୁବନ।।
ବ୍ରହ୍ମାଙ୍କର ସପ୍ତ ମାନସ ପୁତ୍ର ଭୃଗୁ, ନଭ, ବିବସ୍ୱାନ, ସୁଧାମା, ବିରଜା, ଅତିନାମା ଓ ସହିଷ୍ଣୁ ଏହି ସ୍ଥାନ ରେ ତପସ୍ୟା କରି ସିଦ୍ଧି ଲାଭ କରିଥିଲେ। ଏବଂ ସେହିଠାରେ ବିଶ୍ୱ ହିତ ଚିନ୍ତା କରି ଧ୍ୟାନମଗ୍ନ ହୋଇ ଲଗାଲାଗି ହୋଇ ସାତୋଟି ପର୍ବତ ଉର୍ଦ୍ଧ୍ବ ରେ ମୂର୍ତ୍ତିମନ୍ତ ହୋଇଛନ୍ତି।।
ପରସ୍ପରେ କରି ସମ୍ପର୍କ- ସଂଲଗ୍ନ
ବିଶ୍ବହିତ- ବ୍ରତେ ସଦା ଚିନ୍ତାମଗ୍ନ ।
ସପ୍ତଋଷି ସମ-ସପ୍ତ ସାନୁମାନ
ହୋଇଛନ୍ତି ଉର୍ଦ୍ଧେ ଦିବ୍ୟ ବପୁଷ୍ମାନ ।।
ଏବଂ ଏଠାରେ ପୁରାତନ ଗୁରୁକୂଳ ଥିବା ର ସନ୍ଦେଶ ଦେଇଛନ୍ତି।
ଆର୍ଯ୍ୟ ଶିକ୍ଷାପୀଠ ଗୁରୁକୁଳାଶ୍ରମ
ପବିତ୍ର-ପରୋହ ଲଭିଛି ଜନମ
ଭଵତଳେ ବିଭୁକୃପା- ମୂର୍ତ୍ତିମାନ
କରିବାକୁ ଦାନ ବିଶ୍ୱେ ମହାଜ୍ଞାନ ।।
ସପ୍ତଶଯ୍ୟା ଭଳି ବହୁ ଅମୂଲ୍ୟ କାବ୍ୟ ଗ୍ରନ୍ଥ ରଚନା କରିଥିଲେ ମଧ୍ୟ ନିଜକୁ ଜଳବିନ୍ଦୁ ପରି ଅତି କ୍ଷୁଦ୍ର ମନେକରି ସେହି ଅନିର୍ବର୍ଚ୍ଚନୀୟ ଶକ୍ତିର ପାଦତଳେ ଆଶ୍ରିତ ହେବା ପାଇଁ କବି ଯେଉଁ ଉତ୍କଣ୍ଠା ଦେଖାଇଛନ୍ତି ତାହା ସତରେ ଅତି ସ୍ପୃହଣୀୟ ଏବଂ ଶିକ୍ଷଣୀୟ ।
“ସରିତ ବିନା ଏ କ୍ଷୁଦ୍ର ଜଳବିନ୍ଦୁ
ଭେଟିକି ପାରିବ ସେ ଶାଶ୍ୱତ ସିନ୍ଧୁ।।”
ଆଜିକାଲି ର କବିତା ତାଙ୍କୁ ଭାରି ବ୍ୟଥିତ କରିଛି ସେଥିପାଇଁ ସେ ଦରଦୀ କଣ୍ଠରେ ସ୍ୱର ଉତ୍ତୋଳନ କରିବା କୁ ଯାଇ ତାଙ୍କ ସ୍ବର୍ଣ୍ଣାଭ ପୁଟ ଦିଆ ଶକ୍ତିଶାଳୀ କଲମରେ ଲେଖିଉଠିଛନ୍ତି
ପ୍ରସନ୍ନ ବଦନା ଉତ୍କଳ-ଭାରତୀ
ହୋଇଅଛି ଲଜ୍ଜା-ଅଵସନ୍ନ ମତି ।
କଜ୍ଜ୍ଵଳ ପୂରିତ ନେତ୍ରେ ଅଶ୍ରୁଧାର
ଛିଣ୍ଡିଛି ବୀଣାରୁ ଅବିଛିନ୍ନ -ତାର ।।
ଛନ୍ଦହୀନ-ଗନ୍ଧହୀନ – ରସଶୂନ୍ୟ
ସାହିତ୍ୟ-କାନନେ କବିତା- କୁସୁମ ।
ଭୂଷଣ ବିହୀନା ନଗ୍ନ ବିବସନା
କବିତା -ରୂପସୀ ଭୋଗେ ନିର୍ଯ୍ୟାତନା ।।
ଉତ୍କଳ ସାହିତ୍ୟ – ଗଗନେ ଭାସ୍କର
ଥିଲେ ଯେ ପ୍ରତିଭାବନ୍ତ ଉର୍ଜସ୍ୱଳ ।
ଜରାଜୀର୍ଣ୍ଣ- ଶ୍ଳଥଚର୍ମ -ଅବୟବ
ରହିଛନ୍ତି କବି-ଅମର-ଗୌରବ ।।
ହେ ବିଦଗ୍ଧ କବି ! ସାହିତ୍ୟ ରସିକ
ମ୍ରିୟମାଣ ତବ ଜୀବନ-ପ୍ରଦୀପ ।
ସଂଗ୍ରାମାନ୍ତେ ବୀର-ଅଵସନ୍ନ ତନୁ
ଦେଖି ମହାକ୍ଷୋଭ ଉପୁଜେ ମୋ ମନୁ।।
ସପ୍ତଶଯ୍ୟା ର ରକ୍ଷଣାବେକ୍ଷଣ ଏବଂ ଉନ୍ନତି ଦିଗରେ ଆଶ୍ରମର ସନ୍ୟାସୀ ହରିବାବା ବିଶେଷ ଭୂମିକା ଗ୍ରହଣ କରିଛନ୍ତି ବୋଲି କବି ଏଠାରେ ଉଲ୍ଲେଖ କରିଛନ୍ତି।
ସୁରମ୍ୟ ଆଶ୍ରମ ରମ୍ୟ ଫଳୋଦ୍ୟାନ
ଦର୍ଶନେ ପବିତ୍ର ହେଲା ମନପ୍ରାଣ ।
ଶୁକ୍ଳ- ସ୍ମଶ୍ରୁଧର ବିଷୟ- ଉଦାସ
ହରି ପଦାଶ୍ରିତ ବାବା ହରିଦାସ ।।
ଶେଷରେ କବି ସନ୍ୟାସୀ ହରିବାବା ଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି ତାହା ପୁଣି କାବ୍ୟ ମାଧ୍ୟମରେ
ସବିନୟେ ବନ୍ଦି ମୁନି ଶ୍ରୀଚରଣ
ସୁଖେ କଲି ମୁହିଁ ଗିରି ପର୍ଯ୍ୟଟନ ।
ଦେଖିଲି ସର୍ବାଙ୍ଗ ତରୁ ତୃଣ ମୟ
ବାସ୍ତବ ପ୍ରକୃତି ଶୋଭାର ନିଳୟ ।।
ଏହି କାଵ୍ୟଖଣ୍ଡଟିକୁ ପଢିବା ବେଳେ ଏବଂ ଏହି ପୁସ୍ତକ ସମ୍ପର୍କରେ ଲେଖିବା ବେଳେ ଆଖିରେ ଧାର ଧାର ଲୁହ ଆସିଯାଉଛି କାରଣ ଏହି ସପ୍ତଶଯ୍ୟା କାବ୍ୟ ଖଣ୍ଡର ରଚୟିତା ପ୍ରାଜ୍ଞ ବିଜ୍ଞ ଲଳିତ କବି ଧ୍ରୁବ ଚରଣ ସ୍ଵାଇଁ ଙ୍କ ବିୟୋଗ ୨୦୧୮ରେ ହୋଇଯାଇଛି । ନିଜେ ସିନା କାଳ ନିଦ୍ରା ରେ ସବୁଦିନ ପାଇଁ ଶୋଇଗଲେ ହେଲେ ଆମକୁ ଆମର ସୁଖପାଠ୍ୟ ପୁସ୍ତକ ସମୁହର ପାଣ୍ଡୁଲିପି ତାଙ୍କ ଘରେ ଛାଡ଼ି ଯାଇଥିଲେ । ପରବର୍ତ୍ତୀ କାଳରେ ତାଙ୍କ ସୁଯୋଗ୍ୟ ପୁତ୍ର ସମ୍ପାଦକ ଓ ସଂଗଠକ ଶ୍ରୀଯୁକ୍ତ ଦେବୀପ୍ରସାଦ ସ୍ଵାଇଁ ସଂଗ୍ରହ କରି ସୁନ୍ଦର ସୁନ୍ଦର ପୁସ୍ତକ ମାଧ୍ୟମରେ ନିଜ ଦ୍ଵାରା ପ୍ରତିଷ୍ଠିତ ଧ୍ରୁବତାରା ପବ୍ଲିକେସନସ ମାଧ୍ୟମରେ ମୋ ପରି ସମସ୍ତ କାବ୍ୟ ପ୍ରେମୀ ଙ୍କ ହାତରେ ଉପହାର ସ୍ୱରୂପ ଭେଟି ଦେଉଛନ୍ତି। ସମସ୍ତେ କିପରି ଏହାକୁ ସଂଗ୍ରହ କରି ପାରିବେ ସେଥିପାଇଁ ସେ ଏହାକୁ ଆମାଜନ ରେ ଉପଲବ୍ଧ କରାଇଛନ୍ତି।
ତାଙ୍କ କାବ୍ୟ-ମନ୍ଦାକିନୀର ଅମିୟଧାରା ପାନ କରି ନିଜକୁ କୃତାର୍ଥ ମନେକଲି , ମୋ ପ୍ରିୟ ପ୍ରଭୁ ରାଘବେନ୍ଦ୍ର ସରକାର ଏହି ସପ୍ତଶଯ୍ୟା ରେ ଥିଲେ ଜାଣି ଖୁସି ହେଲି। ମୁଁ ପଢ଼ିଲି ମଜା ନେଲି ଆଉ ଆପଣ ମାନେ ଏହି ଦୁର୍ମୂଲ୍ୟ କାବ୍ୟ ଗ୍ରନ୍ଥ କୁ ସଂଗ୍ରହ କରନ୍ତୁ ଏବଂ ପଢି ସାରିବା ପରେ ମୋତେ ଯୋଗାଯୋଗ କରନ୍ତୁ।
ଏହି ପୁସ୍ତକ କୁ ନିଜର କରିବା ପାଇଁ ଚାହୁଁଥିଲେ ନିମ୍ନ ଲିଖିତ ଲିଙ୍କରେ ଆସି ସଂଗ୍ରହ କରନ୍ତୁ।
https://store.preranaodia.com/product/saptasajyaସପ୍ତଶଯ୍ୟା/
ତେଜସ୍ବିନୀ ସାମଲ –
ପ୍ରକୃତିର ସୁନ୍ଦର ଚିତ୍ରଣ ସହ ଆକର୍ଷଣୀୟ ଓ ଉଚ୍ଚକୋଟୀର ଶଦ୍ଦ ଦ୍ଵାରା ବାଖ୍ୟା କରାଯାଇଛି। ପ୍ରାକୃତିକ ଶୋଭ ସହ ଢେଙ୍କାନାଳ ସ୍ଥିତ ସପ୍ତଶଯ୍ୟା ର ବର୍ଣ୍ଣନା କାବ୍ୟଟିକୁ ଦ୍ଵିଗୁଣିତ କରିଛି।
Priyanka Priyadarshini Ray –
ସପ୍ତଶର୍ଯ୍ୟା ଖଣ୍ଡକାବ୍ୟ ଟି ମୁଁ ସମ୍ପୂର୍ଣ ଭାବରେ ପଢ଼ିଲି….ବହୁତ ସୁନ୍ଦର ଲେଖା.. ମନ ଭାବନା କୁ ପ୍ରକାଶ କରିବାର ଶୈଳୀ ବହୁତ ଉଚ୍ଚକୋଟୀର ଥିଲା ଆଜ୍ଞା… ଏତେ ସୁନ୍ଦର ଲେଖା ଥିଲା ଯାହାକୁ ମୁଁ ବର୍ଣ୍ଣନା କରିବାକୁ ଶବ୍ଦ ମଧ୍ୟ୍ୟ ପାଉନି….
Rojalinee Sethy –
ଏହି ପୁସ୍ତକ ର ଲିଖନୀ ଶୈଳୀ ଅତି ସୁନ୍ଦର..ଲଳିତ କବି ଶ୍ରୀଯୁକ୍ତ ଧୁବ ଚରଣ ସ୍ୱାଇଁ ଙ୍କ ର ଲିଖନୀ ପଢ଼ିବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବତୀ ମନେ କରୁଛି.. ପ୍ରଥମ ରେ ଦେବୀ ପ୍ରସାଦ ସ୍ୱାଇଁ ଙ୍କୁ ଅନେକ ଅନେକ ଧନ୍ୟବାଦ ଲଳିତ କବି ଶ୍ରୀଯୁକ୍ତ ଧ୍ରୁବ ଚରଣ ସ୍ୱାଇଁ ଙ୍କ କୃତି କୁ ଲୋକଲୋଚକୁ ଆଣିଥିବାରୁ ଏବଂ ଆମକୁ ତାଙ୍କ କବିତା ପଢ଼ିବାର ସୁଯୋଗ ଦେଇଥିବାରୁ … ଏହି ପୁସ୍ତଟିକୁ ଯେତେ ଥର ପଢ଼ିଲେ ବି ଆହୁରି ପଢିବାକୁ ଆଗ୍ରହ ହୁଏ ….ଲଳିତ କବି ଶ୍ରୀଯୁକ୍ତ ଧ୍ରୁବ ଚରଣ ସ୍ୱାଇଁ ଙ୍କ ଲିଖନୀ ଅତୁଳନୀୟ।🙏🙏
Tamanna Nanda –
Very nice.
Sunita Sahoo –
ସପ୍ତଶଯ୍ୟା କାବ୍ୟର ପ୍ରତିଟି ଶବ୍ଦ ଉଚ୍ଚକୋଟୀର , ଲଳିତ କବି ଶ୍ରୀ ଧ୍ରୁବଚରଣ ସ୍ଵାଇଁ ଙ୍କ ଦ୍ଵାରା ରଚିତ ଏ କାବ୍ୟ ଖଣ୍ଡ ଚିର ଅମର ରହିବ । ଏତେ ଶିକ୍ଷଣୀୟ ପୁସ୍ତକଟି ମୋର ହସ୍ତଗତ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି। ଅଶେଷ ଧନ୍ୟବାଦ ଦେବୀପ୍ରସାଦ ସ୍ଵାଇଁ ମହୋଦୟ ଙ୍କୁ ଏ ପୁସ୍ତକ ପଢିବାର ସୁଯୋଗ ଦେଇଥିବାରୁ ।🙏
Swetapadma Padhi –
ସପ୍ତଶଯ୍ୟା ପୁସ୍ତକ ର ଲିଖନୀ ଶୈଳୀ ଅତି ସୁନ୍ଦର । ଜଣେ କବିର କାବ୍ୟଖଣ୍ଡ ପଢି ପ୍ରକୃତିର ପ୍ରେମରେ ପଡି ହେଇଯାଏ ଜାଣି ନଥିଲି । କବି ଶ୍ରୀଯୁକ୍ତ ଧୁବ ଚରଣ ସ୍ୱାଇଁ ଙ୍କର ଲେଖନୀ ପଢ଼ିବାର ସୁଯୋଗ ମିଳିଥିବାରୁ ଦେବୀ ପ୍ରସାଦ ସ୍ୱାଇଁ ଙ୍କୁ ଅନେକ ଅନେକ ଧନ୍ୟବାଦ । ଲଳିତ କବି ଶ୍ରୀଯୁକ୍ତ ଧ୍ରୁବ ଚରଣ ସ୍ୱାଇଁ ଙ୍କ କୃତି କୁ ଲୋକଲୋଚକୁ ଆଣିଥିବାରୁ ଅନେକ ସାଧୁବାଦ ଜଣାଉଛୁ … ଏହି ପୁସ୍ତକଟିକୁ ଯେତେ ଥର ପଢ଼ିଲେ ବି ଆହୁରି ପଢିବାକୁ ଆଗ୍ରହ ହୁଏ ….ପୁସ୍ତକ ଦୁଇଟି ପାଠକ ପ୍ରଶଂସା ସାଉଁଟି କାଳଜୟୀ ହେଇ ପାରୁ ଏହା ହିଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ।
Swarnaprava Samal –

ମୁଁ –
ସୁନ୍ଦର