Sale!

Sanjukta(ସଂଯୁକ୍ତା)

(14 customer reviews)

40.00

In Sanjukta, a historical narrative, Dhruba Charan Swain scribbles beautifully the love between Prithviraj and Sanjukta and their swayamvara, which was one of India’s most popular medieval romances. Also, describe how Raja Jaichandra had helped Muhammad Ghori against Prithviraj Chauhan in the Second Battle of Tarain by divulging Prithvirajs war plans to Ghori. This literary creation reflected a feeling of patriotism.

ISBN: 978-81-942801-1-8 Category:

14 reviews for Sanjukta(ସଂଯୁକ୍ତା)

  1. Roja Panda

    Such an amazing book I have ever read.reading comprehension is good , anyone can understand the moral of this book.
    Whenever I started reading this book I feel too good and motivated also.Everyone should read it .
    This book is an addiction. you can not keep it down once you start reading. The way it has been written is just awesome . Must recommended.
    ~~~Roja Panda~~~

  2. ଶୁଭଲକ୍ଷ୍ମୀ ଦାସ

    “ବହି” ପ୍ରତିଟି ମନୁଷ୍ୟର ଆଜନ୍ମ ସାଥୀ। ବହି ପଢି଼ବାକୁ ଭଲ ପାଉଥିବା ଲୋକଙ୍କ ପାଇଁ “ସଂଯୁକ୍ତା” ଲଳିତ କବି ଧ୍ରୁବ ଚରଣ ସ୍ୱାଇଁଙ୍କ କରକମଳରୁ ପରୋକ୍ଷ ଆଶୀର୍ବାଦ ସଦୃଶ। ସବୁଠାରୁ ସୁନ୍ଦର କଥାଟି ହେଉଛି, କୌଣସି କଠିନ ଶବ୍ଦାର୍ଥମାନ ବୁଝିବାକୁ ଅସୁବିଧା ହେଲେ, ପ୍ରତି ପୃଷ୍ଠାର ନିମ୍ନ ଭାଗରେ ତାକୁ ଉଲ୍ଲେଖ କରିଛନ୍ତି ପ୍ରକାଶକ ମହାଶୟ। ତେଣୁ କେବଳ ସାହିତ୍ୟିକ/ସାହିତ୍ୟିକା ମାନଙ୍କ ପାଇଁ ନୁହେଁ, ଜଣେ ଅଣସାହିତ୍ୟିକ ପୁସ୍ତକ ପ୍ରେମୀ ମଧ୍ୟ ଭଲ ଭାବରେ ପଢ଼ି ବୁଝି ପାରିବ ଖଣ୍ଡକାବ୍ୟଟିକୁ। ତେଣୁ ସବୁ ବର୍ଗର ଲୋକ ପଢ଼ି ପାରିବା ଭଳି ବହିଟି ହୋଇଛି। ଶବ୍ଦମାନଙ୍କର ସଂଯୋଜନା ଓ ଲାଳିତ୍ୟପୁର୍ଣ୍ଣ ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ଓ ଉଚ୍ଚକୋଟୀର।

  3. Tejaswini samal

    ଵହିଟି ଖୁଵ ଉପାଦେୟ।ସଂଯୁକ୍ତାର ଭାଵଶୈଳୀ ଓ ଭାଷାଶୈଳୀ ଖୁଵ ଉଚ୍ଚକୋଟୀର । ଶବ୍ଦ ସଂଯୋଜନା ଅତିବ ମନମୁଗ୍ଧକର।ଓଡିଆ ସାହିତ୍ୟ କ୍ଷେତ୍ରରେ ଏହା ଗଙ୍ଗାଧର ମେହରଙ୍କ ଶୈଳୀ ଅନୁଗତ ପରି ମନେହେଉଛି ଯାହା ପାଠକ ପାଠିକା ପ୍ରାଣକୁ ଆଲୋଡିତ କରିଵ ଏଥିରେ ଦ୍ଵିମତ ନାହିଁ। ଏହାର ପାଠ୍ୟ ଯେତିକି ଶ୍ରୁତିଗ୍ରାହ୍ୟ ଓ ମନୋରମ ଏହାର ପ୍ରଛଦପଟ୍ଟ ସେତିକି ଆକର୍ଷଣୀୟ ଯାହାକୁ ଦେଖିଲା ମାତ୍ରେ ମନ ଛାଏଁ ଛାଏଁ ଟାଣି ହୋଇଯାଉଛି ଏହି ପୁସ୍ତକ ଭିତରକୁ ପଶିଵା ପାଇଁ।

  4. Pritisima Swain

    ଲଳିତ କବି ଧ୍ରୁବ ଚରଣ ସ୍ୱାଇଁଙ୍କ ‘ସଂଯୁକ୍ତା’ କାବ୍ୟ ଏକ ଐତିହାସିକ/ଇତିହାସ ମୂଳକ କାବ୍ୟ । ତାଙ୍କର କାବ୍ୟ କୃତି ଅତ୍ୟନ୍ତ ଉଚ୍ଚ କୋଟୀର । ଭାଷା ଓ ଭାବ ଶୈଳୀ ତାଙ୍କ ରଚନାର ଅନ୍ୟତମ ବୈଶିଷ୍ଟ୍ୟ । ଇତିହାସର ଗୌରବମୟ ପୃଷ୍ଠା ମଣ୍ଡନ କରିଥିବା ପୃଥ୍ୱୀରାଜ ଚୌହାନଙ୍କ ପ୍ରେମ / ଦେଶପ୍ରେମ ଏହି କାବ୍ୟର କଥାବସ୍ତୁ । କବିଙ୍କ ଜାତିପ୍ରୀତି ଓ ଦେଶ ପ୍ରୀତି ର ସଫଳ ନିଦର୍ଶନ ଏହି କାବ୍ୟ । ତାଙ୍କର ଉଦ୍ଦେଶ୍ୟ ଆମ ଜାତିର ସ୍ୱର୍ଣୀମ ପୃଷ୍ଠାକୁ ଉତ୍ତର ପିଢ଼ିଙ୍କ ନିକଟରେ ପହଞ୍ଚାଇବା । ବଙ୍ଗଳାଶ୍ରୀ ରାଗରେ ରଚିତ ଏହି କାବ୍ୟରେ ପୃଥ୍ୱୀରାଜ ଙ୍କ ଦେଶପ୍ରୀତିର ଜୟଗାନ କରାଯିବା ସହ ଜୟଚନ୍ଦ୍ରଙ୍କ ଚରିତ୍ରର ନିନ୍ଦା କରାଯାଇଛି । ଭାରତୀୟ ମାଟି ପାଣି ପବନ ଆଦି ପ୍ରକୃତିର ସୌନ୍ଦର୍ଯ୍ୟ ବର୍ଣ୍ଣନା ସହ ନାୟିକା ସଂଯୁକ୍ତା ଙ୍କ ରୂପ ବର୍ଣ୍ଣନାରେ କବି ନିଜର କାବ୍ୟ କଳା ପ୍ରଦର୍ଶନ କରିଛନ୍ତି । ଉଭୟ ଭାବପକ୍ଷ ଓ କଳାପକ୍ଷ ଦୃଷ୍ଟିରୁ କାବ୍ୟଟିର ଗଢଣ ଉଚ୍ଚକୋଟୀର । ପୁସ୍ତକଟି ଅନେକ ପାଠକୀୟ ଆଦୃତି ସାଉଁଟୁ ଏବଂ ଆମ ଇତିହାସର ଗୌରବ ଗାନକରୁ ।

  5. Hrudayananda Padhan

    ବହୁତ ବହୁତ ଧନ୍ୟବାଦ Debi Prasad Swain sir. ଆଜି ମୋର ହସ୍ତଗତ ହେଲା ବିଶିଷ୍ଟ historic epic “ସଂଯୁକ୍ତା” ଇତିହାସ ଉପରେ ପର୍ଯ୍ୟ ବେଶିତ, ବହୁତ ସୁନ୍ଦର ବର୍ଣ୍ଣନା ଶୈଳୀ ଚlତୁର୍ଯ୍ୟ ପୂର୍ଣ୍ଣ ହୋଇଛି l ମୂଳରୁ ଚୁଳ ଯାଏ ସମ୍ପୂର୍ଣ କାବ୍ୟ ପଢ଼ିଲି ବହୁତ ବଡ଼ିଆ ଲାଗିଲା l

  6. Lipsa Acharya

    ସଂଯୁକ୍ତା ବହୁତ ସୁନ୍ଦର ବହି। ଏହାର ଭାବ ଓ ଲିଖନ ଶୈଳୀ ରେ ମଧ୍ଯଯୁଗୀୟ ଚ୍ଥାପ ରହିଚ୍ଥି। ସଂଯୁକ୍ତା ଙ୍କ ସ୍ବୟଂବର ବର୍ଣ୍ଣନା ବହୁତ ସୁନ୍ଦର ହେଇଚ୍ଥି । ଜୟଚନ୍ଦ୍ର ଚରିତ୍ର ପାଠକ ମାନଙ୍କ ପାଇଁ ଶିକ୍ଷଣୀୟ ଅଟେ।

  7. Archana Deo

    ‘ସଂଯୁକ୍ତା ‘ କାବ୍ୟଟିକୁ ପଢି ଭାରି ଭଲ ଲାଗିଲ। ଖୁବ୍ ସୁନ୍ଦର ବର୍ଣ୍ଣନା ଶୈଳୀ , । ଧନ୍ୟବାଦ🙏🙏

  8. Suchismita Behuria

    ଲଳିତ କବି ଶ୍ରୀଯୁକ୍ତ ଧ୍ରୁବ ଚରଣ ସ୍ୱାଇଁଙ୍କ ରଚିତ ‘ସଂଯୁକ୍ତା’ କାବ୍ୟ ଏକ ଐତିହସିକ ମୂଳକ କାବ୍ୟ। ଏହି କାବ୍ୟ ରେ କବି କମନୀୟ କାନ୍ତି ଭାରତୀୟ ପ୍ରକୃତି ର ସୌନ୍ଦର୍ଯ୍ୟ ବର୍ଣ୍ଣନା ସହ ସଂଯୁକ୍ତା ଙ୍କ ରୂପ ଵର୍ଣ୍ଣନା କରି ନିଜର ଅପୂର୍ବ ରଚନା ଶୈଳୀ ପ୍ରଦର୍ଶନ କରିଛନ୍ତି। ଏହି କାବ୍ୟରେ କବି ପ୍ରୁଥିରାଜଙ୍କର ସାହସ, ଧାର୍ଯ୍ୟ ଏବଂ ଦେଶପ୍ରେମ ର ଜୟ ଜୟ କାର କରିବଵା ସାଥେ ସାଥେ କ୍ରୋଧ, ଈର୍ଷା ବ୍ୟକ୍ତି କୁ କେମିତି କୁପଥଗାମୀ କରି ଦିଏ ତାହା ଜୟଚନ୍ଦ୍ର ଙ୍କ ଚରିତ୍ର ଦ୍ଵାରା ଦର୍ଶାଇଛନ୍ତି। ‘ସଂଯୁକ୍ତା’ କାବ୍ୟ ଟି ପାଠ କରି ବୋହୁତ ଆନନ୍ଦ ଅନୁଭଵ କଲି। ଏମିତି ଏକ ମହାନ କବିଙ୍କର ସମସ୍ତ କାବ୍ୟ, କବିତା ପାଠକଙ୍କ ପାଖରେ ପହଞ୍ଚୁ ଏବଂ ଆଦୃତ ହେଉ।

  9. Priyanka Priyadarshini Ray

    ଖୁବ ସୁନ୍ଦର ଲାଗିଲା… ଏହା କୁ ପାଠ କରି ମୁଁ ଆନନ୍ଦିତ ହେଲି

  10. Punyarupa

    “ସଂଯୁକ୍ତା “, ସମ୍ମାନନୀୟ କବିଙ୍କର ଏକ ସୁନ୍ଦର ସାହିତ୍ୟିକ ସୃଷ୍ଟି ,ଐତିହାସିକ ପ୍ରେମକାହାଣୀ ତଥା ବୀରତ୍ୱ ଏବଂ ଭୀରୁତାର ଏକ ସୁନ୍ଦର ଚିତ୍ରଣ। ଇତିହାସ ଓ ସାହିତ୍ୟରେ ରୁଚି ରଖୁଥିବା ପାଠକ ବର୍ଗଙ୍କ ପାଇଁ ଏକ ଅନନ୍ୟ ଦାନ।

  11. ମୋନାଲିସା ବେହେରା

    ପଢୁ ପଢୁ ନିଶ୍ଚେ ହଜିବାଟା ଥୟ…🥰
    #ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟର ଅନ୍ୟତମ ଉଜ୍ଜଳ ତାରକା ‘ ଲଳିତ କବି ଧ୍ରୁବ ଚରଣ ସ୍ବାଇଁ ‘ଙ୍କ ରଚିତ ଐତିହାସିକ କାବ୍ୟ “ସଂଯୁକ୍ତା”❤️କୁ ପଢିବାର ସୁଯୋଗ ଦେଇଥିବାରୁ ଆନ୍ତରିକ ଧନ୍ୟବାଦ ଦେବୀ ସାରଙ୍କୁ🙏🏻ପଢି଼କି ଖୁବ୍ ଆନନ୍ଦିତ ହେଲି 😊ଏହା ଏକ ଐତିହାସିକ ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ ,ଯାହାର ଶବ୍ଦ ସଂଯୋଜନା ଏବଂ ବର୍ଣ୍ଣନା ଖୁବ୍ ଉଚ୍ଚ କୋଟୀର ଆଉ ମନ ମୁଗ୍ଧକର🥰 ନିଶ୍ଚେ ଏହି କାବ୍ୟ ସମସ୍ତ ପାଠକଙ୍କ ହୃଦୟ କୁ ଜିତିବା ସହିତ ଖୁବ୍ ପ୍ରଶଂସା ସାଉଁଟିବ , ଏଥିରେ ତିଳେ ହେଲେ ସନ୍ଦେହ କରାଯାଇ ପାରେନା 🥰🥰

  12. Rojalinee Sethy

    It’s very interesting…

  13. Sunita Sahoo

    ଲଳିତ କବି ଶ୍ରୀ ଧ୍ରୁବଚରଣ ସ୍ଵାଇଁ ଙ୍କ ରଚିତ ସଂଯୁକ୍ତା ପୁସ୍ତକଟି ଆମୂଳଚୁଳ ପଢିଲି , ଇତିହାସ ର ପୁନରାବୃତ୍ତି ହେଲା ମାନସପଟରେ । ସୁନ୍ଦର ଶବ୍ଦ ସଂଯୋଜନା ସହ ଲେଖନ ଶୈଳୀ ଖୁବ୍ ଶିକ୍ଷଣୀୟ ଥିଲା । ଅଶେଷ ଧନ୍ୟବାଦ ଏମିତି ସୁଯୋଗ ଦେଇଥିବାରୁ ।

  14. Swetapadma Padhi

    ପଢୁ ପଢୁ ମୁଁ ଇତିହାସ ଭିତରେ ନିଜକୁ ହଜେଇ ଦେଲି । ଅତ୍ୟନ୍ତ ସୁନ୍ଦର ଶବ୍ଧ ସଂଯୋଜନା ଓ ମନମୁଗ୍ଧକର ଗୀତିକାବ୍ୟ । ଓଡ଼ିଆ କାବ୍ୟ ସାହିତ୍ୟର ଅନ୍ୟତମ ଉଜ୍ଜଳ ତାରକା ‘ ଲଳିତ କବି ଧ୍ରୁବ ଚରଣ ସ୍ବାଇଁ ‘ଙ୍କ ରଚିତ ଐତିହାସିକ କାବ୍ୟ “ସଂଯୁକ୍ତା”❤️କୁ ପଢିବାର ସୁଯୋଗ ଦେଇଥିବାରୁ ଆନ୍ତରିକ ଧନ୍ୟବାଦ ଦେବୀ ସାରଙ୍କୁ🙏🏻 । ଏକ ଐତିହାସିକ ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ ,ଯାହାର ବର୍ଣ୍ଣନା ଖୁବ୍ ଉଚ୍ଚ କୋଟୀର । ନିଶ୍ଚେ ଏହି କାବ୍ୟ ସମସ୍ତ ପାଠକଙ୍କ ହୃଦୟ କୁ ଜିତିବା ସହିତ ଖୁବ୍ ପ୍ରଶଂସା ସାଉଁଟି ପାରୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ପ୍ରାର୍ଥନା 🙏

Add a review

Your email address will not be published. Required fields are marked *